Member Registration

Create an Account
* MEMBERSHIP FEE 200/- for joining the Book Club.

ମନୋଜ ସାହିତ୍ୟ ପ୍ରେମୀ ଗୃପ୍ କୁ ଆପଣଙ୍କୁ ସ୍ବୀଗତମ୍ !


ପ୍ରତ୍ୟେକ ମାସ ଅତି କମ୍‌ରେ ୨୦୦ ଟଙ୍କାରେ ମନୋଜ ଦାସଙ୍କ ବହି କିଣିବା ପାଇଁ ସଂକଳ୍ପ କରିଥିବା ସାଥି ମାନଙ୍କ ଗୃପ୍ |


ଆଜି ଶିକ୍ଷା ବୋଇଲେ ଆମେ ଯେଉଁ ବ୍ୟୁତ୍ପତ୍ତିକୁ ବୁଝାଉ, ସେ ଅର୍ଥରେ ଶିକ୍ଷିତ ସଂଖ୍ୟାରେ ଯଥେଷ୍ଟ ଅଭୁବୃଦ୍ଧି ହେଲେ ମଧ୍ୟ ଆମର ସାମାଜିକ ନିରାପିତ୍ତା,ମାନସିକ ସ୍ବାସ୍ଥ୍ୟ ଏବଂ ଶାନ୍ତି ଓ ସ୍ବାଚ୍ଛନ୍ଦ୍ୟର ମାତ୍ରାରେ ଉନ୍ନତି ହେବାର କୌଣସି ଆଶା ନାହିଁ ୤ ଆଜି ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟମାନ ଏକପ୍ରକାର ଶିଳ୍ପ (Industry) ଅର୍ଥରେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ୤ ଏହି ଶିଳ୍ପ ଶିକ୍ଷିତ ନାମରେ ଯାହା ଉତ୍ପାଦନ କରୁଛି, ତାହା ପ୍ରାୟତଃ ଏକ ବୈତିତ୍ର୍ୟହୀନ ଯାନ୍ତ୍ରିକ ପ୍ରାଣୀ (Stereotype)୤ ସେ ପ୍ରାଣୀର ଆଭିମୁଖ୍ୟ ହେଲା ପ୍ରତିଯୋଗିତାରେ ସାମିଲ ହେବା ଏବଂ ସୁଖର ମରୀଚିକା ପଛରେ ଧାବମାନ ହୋଇ, ଦିନେ ଟଲଷ୍ଟୟଙ୍କ ବିଖ୍ୟାତ “କେତେ ଜାଗା ଜଣକର ଲୋଡା” (How much land one does need) କାହାଣୀର ଚରିତ୍ର ଭଳି ମରୀଚିକାକୁ ଆଲିଙ୍ଗନ କରିବା ପାଇଁ ଆହୁରି ଟିକିଏ ଅଧିକ, ଆହୁରି ଟିକ୍ଏ ମାତ୍ରାଧିକ-ଏମିତି ଭାବରେ ଦୌଡି ଦୌଡି ସୂର୍ଯ୍ୟାସ୍ତ ବେଳେ ତଳେ ପଡିଯାଇ ସ୍ବୟଂ ଅସ୍ତମିତ ହେବା ୤ (ନଚିକେତାର ସନ୍ଧାନରେ- ମନୋଜ ଦାସ) ଏହି ଦୌଡରୁ କିଛି ସମୟ ନିବୃତ ହୋଇ,ମନୋଜ ଦାସଙ୍କ ଲିଖିତ କିଛି ସୁଖପାଠ୍ୟ ବହି ପଢିବା ପାଇଁ ଆମ ପିଲାମାନଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ଏବଂ ତାଙ୍କୁ ପ୍ରତ୍ୟେକ ମାସରେ ଏକ ବହି ପ୍ୟାକେଟ ପାଇବାର ରୋମାଞ୍ଚର ଅନୁଭବ କରାଇବା ନିମନ୍ତେ ମନୋଜ ଦାସଙ୍କ କିଛି ଶ୍ରଦ୍ଧାଶୀଳ ପାଠକଙ୍କ ପ୍ରଚେଷ୍ଠା “ମନୋଜ ସାହିତ୍ୟ ପ୍ରେମୀ” Book Club: ପ୍ରତ୍ୟେକ ମାସ ଅତି କମ୍‌ରେ ୨୦୦ ଟଙ୍କାରେ ମନୋଜ ଦାସଙ୍କ ବହି କିଣିବା ପାଇଁ ସଂକଳ୍ପ କରିଥିବା ସାଥି ମାନଙ୍କ ଏକ ଗ୍ରୁପ୍)



Do you have Account?? Click to Login


© 2017-2024 Susahityam. All rights reserved

Visitors Counter : web counter